Текст песни Mo Ramare Syamare - Ira Mohanty
ମୋ ରାମା-ରାମା-ରାମା-ରାମା, ଶ୍ୟାମା-ଶ୍ୟାମା-ଶ୍ୟାମା
ମୋ ରାମା ରେ, ମୋ ରାମା ରେ, ମୋ ରାମା ରେ
ଦିନ ସାରିଯାଏ ବାଟ ଚାହିଁ ରେ
ମୋ ଶ୍ୟାମା ରେ, ମୋ ଶ୍ୟାମା ରେ, ମୋ ଶ୍ୟାମା ରେ
ଘଟ ପୁରୁନାହିଁ ବାକି ଅଛି ରେ
କେବେ ନବୁ ମୋତେ ତୋ ଗାଁ ମଶାଣି?
ବାଉଁଶ ଶେଯରେ ହେବରେ ଛାଉଁଣୀ
ସ୍ୱର୍ଗଦ୍ୱାରେ ମନ ମୋର ରେ
ଦିନ ସରିଯାଏ ବାଟ ଚାହିଁ ରେ
ଘଟ ପୁରୁନାହିଁ ବାକି ଅଛି ରେ
ମୋ ରାମା-ରାମା-ରାମା-ରାମା, ଶ୍ୟାମା-ଶ୍ୟାମା-ଶ୍ୟାମା-ଶ୍ୟାମା
ଚାଲି-ଚାଲି ପରା ଥକିଲିଣି, ପାଦେ ଚାଲିବାକୁ ବଳ କାହିଁ?
ଗଛ ଟିଏ ଖୋଜେ ଛାଇ ପାଇଁ, ଖରା ମାରେ ମୋତେ ଟାଇଁ-ଟାଇଁ
ମୋ ରାମା-ରାମା-ରାମା-ରାମା, ଶ୍ୟାମା-ଶ୍ୟାମା-ଶ୍ୟାମା-ଶ୍ୟାମା
ମୁଁ ଚାଲି-ଚାଲି ପରା ଥକିଲିଣି, ପାଦେ ଚାଲିବାକୁ ବଳ କାହିଁ?
ଗଛ ଟିଏ ଖୋଜେ ଛାଇ ପାଇଁ, ଖରା ମାରେ ମୋତେ ଟାଇଁ-ଟାଇଁ
ସାଥି ହୋଇ ଯିଏ ଦିନେ ଆସିଥିଲେ
ମୋତେ ଛାଡ଼ି ଏକା ଆଗେ ଚାଲିଗଲେ
କହ, "କେବେ ମୋର ପାଳି ରେ?"
ଦିନ ସରିଯାଏ ବାଟ ଚାହିଁ ରେ
ଘଟ ପୁରୁନାହିଁ ବାକି ଅଛି ରେ
ମୋ ରାମା-ରାମା-ରାମା-ରାମା, ଶ୍ୟାମା-ଶ୍ୟାମା-ଶ୍ୟାମା-ଶ୍ୟାମା
ମନ ମୋର ଆଉ ଲାଗୁନାହିଁ, ଦଉଡି଼ଆ ଖଟେ ଶୋଇ-ଶୋଇ
ଦିନ ମୋର ଆଉ ସରୁନାହିଁ, ମୋହ-ମାୟା ଗୀତ ଗାଇ-ଗାଇ
ମୋ ରାମା-ରାମା-ରାମା-ରାମା, ଶ୍ୟାମା-ଶ୍ୟାମା-ଶ୍ୟାମା-ଶ୍ୟାମା
ମନ ମୋର ଆଉ ଲାଗୁନାହିଁ, ଦଉଡି଼ଆ ଖଟେ ଶୋଇ-ଶୋଇ
ଦିନ ମୋର ଆଉ ସରୁନାହିଁ, ମୋହ-ମାୟା ଗୀତ ଗାଇ-ଗାଇ
ମୋ ହିସାବ କେବେ ସାରିଦେବୁ ତୁହି?
ଭାଗ-ଶେଷ କେତେ ଶୁଣିବି ରେ ମୁହିଁ
ଜାଗା ସ୍ୱର୍ଗେ ଅବା ନର୍କରେ
ଦିନ ସରିଯାଏ ବାଟ ଚାହିଁ ରେ
ଘଟ ପୁରୁନାହିଁ ବାକି ଅଛି ରେ
ମୋ ରାମା ରେ, ମୋ ରାମା ରେ, ମୋ ରାମା ରେ
ଦିନ ସାରିଯାଏ ବାଟ ଚାହିଁ ରେ
ମୋ ଶ୍ୟାମା ରେ, ମୋ ଶ୍ୟାମା ରେ, ମୋ ଶ୍ୟାମା ରେ
ଘଟ ପୁରୁନାହିଁ ବାକି ଅଛି ରେ
କେବେ ନବୁ ମୋତେ ତୋ ଗାଁ ମଶାଣି?
ବାଉଁଶ ଶେଯରେ ହେବରେ ଛାଉଁଣୀ
ସ୍ୱର୍ଗଦ୍ୱାରେ ମନ ମୋର ରେ
ଦିନ ସରିଯାଏ ବାଟ ଚାହିଁ ରେ
ଘଟ ପୁରୁନାହିଁ ବାକି ଅଛି ରେ
ମୋ ରାମା-ରାମା-ରାମା-ରାମା, ଶ୍ୟାମା-ଶ୍ୟାମା-ଶ୍ୟାମା-ଶ୍ୟାମା
ରାମା-ରାମା-ରାମା-ରାମା, ଶ୍ୟାମା-ଶ୍ୟାମା-ଶ୍ୟାମା-ଶ୍ୟାମା
Внимание! Не стесняйтесь оставлять отзывы.