Namita Agrawal - Mun To Jasoda paroles de chanson

paroles de chanson Mun To Jasoda - Namita Agrawal



ମୁଁ ତୋ ଯଶୋଦା, ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମା'
ମୋ କୋଳକୁ, ରେ କାଳିଆ
ମୋ କୋଳକୁ
ମୋ କୋଳକୁ
ମୁଁ ତୋ ଯଶୋଦା, ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମା'
ମୋ କୋଳକୁ, ରେ କାଳିଆ
ମୋ କୋଳକୁ
ମୋ କୋଳକୁ
ତୋ ପାଇଁ ରଖିଛି ସର ଲବଣୀ
ତୁହି ପରା ମୋର ଶ୍ୟାମ
ତୋ ପାଇଁ ସହୁଛି କେତେ ଅପବାଦ
ତୁହି ପରା ମୋର ରାମ
ତୋ ପାଇଁ ରଖିଛି ସର ଲବଣୀ
ତୁହି ପରା ମୋର ଶ୍ୟାମ
ତୋ ପାଇଁ ସହୁଛି କେତେ ଅପବାଦ
ତୁହି ପରା ମୋର ରାମ
ସାରା ବରଷ ମୁଁ ତୋ ବାଟ ଜଗିଛି
ତୁହି ମୋ ଗଳା ମାଳିଆ
ତୁହି ମୋ ଗଳା ମାଳିଆ
ମୁଁ ତୋ ଯଶୋଦା, ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମା'
ମୋ କୋଳକୁ, ରେ କାଳିଆ
ମୋ କୋଳକୁ
ମୋ କୋଳକୁ
ମାଗିନି ବୋଲି ମୁଁ ତତେ ରେ କିଛି
ସବୁତ ଦେଇଛୁ ଯାଚି
ଜନମ ଦେଇନି ତଥାପି ଧନ ରେ
ମା' ତୋର ବୋଲାଉଛି
ମାଗିନି ବୋଲି ମୁଁ ତତେ ରେ କିଛି
ସବୁତ ଦେଇଛୁ ଯାଚି
ଜନମ ଦେଇନି ତଥାପି ଧନରେ
ମା' ତୋର ବୋଲାଉଛି
ଯୁଗେ-ଯୁଗେ ପରା ମୋହରି କୋଳକୁ
ଏଇମିତି ଆସୁଥା
ଏଇମିତି ଆସୁଥା
ମୁଁ ତୋ ଯଶୋଦା, ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମା'
ମୋ କୋଳକୁ, ରେ କାଳିଆ
ମୋ କୋଳକୁ
ମୋ କୋଳକୁ
ମୁଁ ତୋ ଯଶୋଦା, ମୁଁ ତୋ କୈକେୟୀ
ମୁଁ ତୋ ଗୁଣ୍ଡିଚା ମା'
ମୋ କୋଳକୁ, ରେ କାଳିଆ
ମୋ କୋଳକୁ
ମୋ କୋଳକୁ




Namita Agrawal - Tilaka Chandana
Album Tilaka Chandana
date de sortie
04-05-2018




Attention! N'hésitez pas à laisser des commentaires.