Abhijit Majumdar - Aste Aste Sun Beliya Lyrics

Lyrics Aste Aste Sun Beliya - Abhijit Majumdar




ତୋ ପାଇଁ ସାଥିରେ
ଜୀବନ ଯାଉ ବିତିରେ
ତୋ ପାଇଁ ସାଥିରେ
ଜୀବନ ଯାଉ ବିତିରେ
ତୁ କହିଲେ ସଞ୍ଜ ଆସିବ
ତୁ କହିଲେ ସକାଳ ହବ
ସୂରୁଜ ଉଇଁବ ସାଥିରେ
ତୋ ପାଇଁ ସାଥିରେ
ଜୀବନ ଯାଉ ବିତିରେ
ଜୀବନ ଯାଉ ବିତିରେ
ପାଖେ ଥାଇ ଜଣେ ଲାଗୁଥିଲା
ପରଦେଶୀ ପରି ଅଜଣା
ଆଜି ଲାଗେ ମୋତେ କେହି ଜଣେ ଅଛି
ନିଜଠାରୁ ବେଶି ଆପଣା
ଯାଦୁକର ତୁ ଯାଦୁ କଲୁ
ହେଇଗଲି ତୋର ବନ୍ଦିନୀ
ତୁ ନଆସିଲେ ତୋତେ ନଦେଖିଲେ
ଦେହ ଜାଳିଦିଏ ଚାନ୍ଦିନୀ
ତୋ ପାଇଁ ସାଥିରେ
ଘରକଲି ମୋ ଛାତିରେ
ତୋ ପାଇଁ ସାଥିରେ
ଘରକଲି ମୋ ଛାତିରେ
ତୁ କହିଲେ ମେଘ ଆସିବ
ସେ ମେଘରେ ମୋତୀ ଝରିବ
ଇନ୍ଦ୍ରଧନୁ ଥିବ ରାତିରେ
ତୋ ପାଇଁ ସାଥିରେ
ଜୀବନ ଯାଉ ବିତିରେ
ଜୀବନ ଯାଉ ବିତିରେ
ଆ-ଆ-ହେ-ହେ-ଆ
ଆଜିକାଲି ଆଉ ମେଘ ବରଷୁନି
ଫୁଲ ବରଷୁଛି ଶ୍ରାବଣ
ଏତେ ଫୁଲନେଇ ତୁତ ଆସିଲୁ
ସବୁରୁତୁ ହେଲା ଫଗୁଣ
ଚାଲୁଚାଲୁ ଯଦି ରାତି ଆସେ
ମୁଁ ଜହ୍ନହେଇ ଉଇଁବି
ଚାଲିବା ବାଟରେ ଥିବ ଯଦି କଣ୍ଟା
ମୁଁ ଆଗେ ପାଦ ଥଇବି
ତୋ ପାଇଁ ସାଥିରେ
ମୁଁ ଯାଇଛି ବାଜି ଜିତିରେ
ତୋ ପାଇଁ ସାଥିରେ
ମୁଁ ଯାଇଛି ବାଜି ଜିତିରେ
ତୁ ଚାଲିଲୁ ଯେବେ ସାଥିରେ
ମୁଁ ଜଳୁଛି ସବୁରାତିରେ
ଶୀତଳ ଚନ୍ଦନ ତାତିରେ
ତୋ ପାଇଁ ସାଥିରେ
ଜୀବନ ଯାଉ ବିତିରେ



Writer(s): Abhijit Majumdar, Nirmal Nayak


Attention! Feel free to leave feedback.
//}