Abhijit Majumdar - Ore Dilnashi Lyrics

Lyrics Ore Dilnashi - Abhijit Majumdar




ମତେ ତୁ ତୋ ମନରେ ଟୋପା-ଟୋପା ମେଘ କରିଦେ
ମତେ ତୁ ତୋ ପ୍ରେମର ଛିଟା-ଛିଟା ରଙ୍ଗ କରିଦେ
ମତେ ତୁ ତୋ ମନରେ ଟୋପା-ଟୋପା ମେଘ କରିଦେ
ମତେ ତୁ ତୋ ପ୍ରେମର ଛିଟା-ଛିଟା ରଙ୍ଗ କରିଦେ
ଓରେ दिलनशीं, ଓରେ दिलनशीं
ନିଦ କାଇଁ ଚୋରିକଲୁ? ସ୍ବପ୍ନ ଟିକେ ଭରିଦେ
ମତେ ତୁ ତୋ ଜୀବନେ ଛୋଟ-ଛୋଟ ଖୁସି କରିଦେ
ମତେ ତୁ ତୋ ଓଠରେ ସାତ ସୁର ବଂଶୀ କରିଦେ
ଭିଡ଼ ଭିତରେ ଭଲ ଲାଗେ ରେ କାଇଁ ତୋ ଚେହେରା?
ଅଳ୍ପ ମୁହୂର୍ତ୍ତ ତୋ ସାଥେ ଦେଖା ଲାଗେ ରେ ନିଆରା
ହଁ, ତୋରି ନାଆଁରେ ସ୍ପନ୍ଦନ ଚାଲେ, ପଡ଼େ ମୋ ପଲକ
ଲାଗୁଛି ସତେ କେବେଠୁ ଥିଲା ଆମ ସମ୍ପର୍କ
ଓରେ हमनशीं, ଓରେ हमनशीं
ଆଜି ସେ ସମ୍ପର୍କର ନାଁ ଗୋଟେ ଦେଇଦେ
ମତେ ତୁ ତୋ ବାଟରେ ଚୁନା-ଚୁନା ଛାଇ କରିଦେ
ମତେ ତୁ ତୋ ହସର ମିଠା-ମିଠା ନଈ କରିଦେ
ଛାତି ଭିତରେ ଦେଇଛୁ ତୋଳି ପ୍ରେମର ଉଆସ
ହୃଦୟେ ମୋର ତୁ ଅଛୁ ବୋଲି ଚାଲେ ମୋ ନିଶ୍ବାସ
ହଁ, ସେ ଲାଗି ଆଜି ଚୁପି-ଚୁପିକା କହେ ମୋ ହୃଦୟ
ତୋ ପାଖେ ସତେ ଅଟକି ଯାଉ ଏମିତି ସମୟ
ଓରେ दिलनशीं, ଓରେ दिलनशीं
ସବୁ ଜନମରେ ମୋର ହବୁ ବୋଲି କହିଦେ
ମତେ ତୁ ତୋ ପାଇଁକି ଝୁମା-ଝୁମା ରାତି କରିଦେ
ମତେ ତୁ ତୋ ସକାଳେ ଅସରନ୍ତି ମୋତି କରିଦେ



Writer(s): Abhijit Majumdar


Attention! Feel free to leave feedback.