Lyrics




ତୋ ପାଇଁ ଧକ-ଧକ दिल ହେଲାରେ
ମାରିଦେଲାରେ ମୋର जान ନେଲାରେ
ତୋ ପାଇଁ ଧକ-ଧକ दिल ହେଲାରେ
ମାରିଦେଲାରେ ମୋର जान ନେଲାରେ
ମୋର ଜୀବନେ ତୁ, ମୋର ସ୍ପନ୍ଦନେ ତୁ
ପ୍ରେମ ସଞ୍ଜୀବନି ତୁ, ହୋ
ମୋର ନିଦରେ ତୁ, ମୋର ସ୍ୱପ୍ନରେ ତୁ
ଛାତି ଭିତରେ ଖାଲି ତୁ
ତୋ ପ୍ରେମରଙ୍ଗ ଅବିର ହୋଇ
ମୋ ଦିନ-ରାତି ଦିଏ ରଙ୍ଗେଇ
ସବୁଠି ତୁ ଖାଲି ତୁ
ତୋ ପାଇଁ ଧକ-ଧକ दिल ହେଲାରେ
ମାରିଦେଲାରେ ମୋର जान ନେଲାରେ
ଯେବେ ଆଖିବୁଜେ ଭାବନାରେ ଭାଙ୍ଗୁ ମୋର ଅଳସ
ଆଖି ଖୋଲିଦେଲେ ପବନରେ ପାଏ ତୋର ପରସ
ଯୁଆଡେଗଲେ ତୋ ପ୍ରେମଛାଇ
ମୋ ସାଥେ ଚାଲେ ସାଥୀଟେ ହୋଇ
ଏକା ଚାଲୁନି ଆଜି ମୁଁ
ମୋର ଗୀତରେ ତୁ, ମୋର ଗପରେ ତୁ
ଛବିରେ ତୁ ଖାଲି ତୁ
ଏଇ ମନତଳେ ଲକ୍ଷେ ପ୍ରେମ-ଦୀପ ଜଳେ ତୋ ପାଇଁ
ହାତପାପୁଲିରେ ସରଗକୁ ଆଣିଦେଲୁ ମୋ ପାଇଁ
ଯାହାଥିଲା ମୋ ଛୋଟିଆ ଆଶା
ତୋ ହୃଦୟରେ ବାନ୍ଧିଛି ବସା
ଫେରେଇଦେବୁ ନାହିଁ ତୁ
ମୋର ହସରେ ତୁ, ମୋର ଲୁହରେ ତୁ
ମିଠା ସ୍ମୃତିରେ ତୁହି ତୁ
ମୋର ଜୀବନେ ତୁ, ମୋର ସ୍ପନ୍ଦନେ ତୁ
ପ୍ରେମ ସଞ୍ଜୀବନି ତୁ



Writer(s): Abhijit Majumdar, Nirmal Nayak



Attention! Feel free to leave feedback.
Loading
Loading