Nibedita feat. Sourin Bhatt - Dine Eai Ranga paroles de chanson

paroles de chanson Dine Eai Ranga - Sourin Bhatt , Nibedita




ଦିନେ ଏଇ ରଙ୍ଗ ଲାଗିବ ଦେହରେ
ଜାଣିଥିଲି, ଜାଣିଥିଲି
ଦିନେ ଏଇ ଗଳ୍ପ ସତ ହେବ ବୋଲି
ଜାଣିଥିଲି, ଜାଣିଥିଲି
ହଜାରେ ରାତି, ହଜାରେ ଜହ୍ନ
ହଜାରେ ସ୍ୱପ୍ନ ତୁମ ପାଇଁ
ଆଣିଥିଲି, ଆଣିଥିଲି
ଜାଣିଥିଲି, ଜାଣିଥିଲି
କଥା ସବୁ ଆଜି ଫୁଲ ହୋଇ ଫୁଟେ
ଆମରି ପ୍ରେମର ବାଟରେ
ସାଥିରେ ମୋ ସାଥିରେ
ସୁନା ଚଢ଼େଇ ସେ ବାଟ କଢ଼େଇଲା
କେଉଁ ଅଲଗା ବାଟରେ
ତୋ ହାତ ମୋ ହାତରେ?
ହଜାରେ ଗୀତ, ହାଜରେ ସ୍ୱର
ହଜାରେ ଗୀତ, ହାଜରେ ସ୍ୱର
ହଜାରେ ଇନ୍ଦ୍ରଧନୁ ଆଜି
ଅଙ୍କିଦେଲି, ଆଙ୍କିଦେଲି
ଜାଣିଥିଲି, ଜାଣିଥିଲି
ସାତ ଋତୁ ସାଥି ସାତ ରଙ୍ଗ ନେଇ
ସାଜିଲା ଏଇ ମୋ ଫଗୁଣ
ସାଜିଲା ସପନ
ଟିକେ ମହୁ ସାଥେ ଟିକେ ମେଘ ନେଇ
ଝରିଲା କେଉଁ ଶ୍ରାବଣ?
ଭିଜିଲା ଦୁଇଟି ମନ
ହଜାରେ ହସ, ହଜାରେ ଖୁସି
ହଜାରେ ହସ, ହଜାରେ ଖୁସି
ହଜାରେ ରଙ୍ଗ ତୁମ ବାଟେ
ବୁଣିଦେଲି, ବୁଣିଦେଲି
ଜାଣିଥିଲି, ଜାଣିଥିଲି
ଦିନେ ଏଇ ରଙ୍ଗ ଲାଗିବ ଦେହରେ
ଜାଣିଥିଲି, ଜାଣିଥିଲି
ଦିନେ ଏଇ ଗଳ୍ପ ସତ ହେବ ବୋଲି
ଜାଣିଥିଲି, ଜାଣିଥିଲି
ହଜାରେ ରାତି, ହଜାରେ ଜହ୍ନ
ହଜାରେ ସ୍ୱପ୍ନ ତୁମ ପାଇଁ
ଆଣିଥିଲି, ଆଣିଥିଲି
ଜାଣିଥିଲି, ଜାଣିଥିଲି



Writer(s): Mohit Chakraborty, Bikash Das




Attention! N'hésitez pas à laisser des commentaires.