Humane Sagar - Sabu Sahi Jae paroles de chanson

paroles de chanson Sabu Sahi Jae - Malaya Mishra




ସବୁ ସହିଯାଏ
କିଛି କହେ ନାହିଁ
ସବୁ ଯାଚିଦିଏ
କିଛି ମାଗେ ନାହିଁ
ତଥାପି ତା ଲୁହ ଚାପି ଲେଖେ ଶଙ୍ଖା ସିନ୍ଦୂରର କାହାଣୀ
କିଏ ଦେଲା? କିଏ ଦେଲା?
କିଏ ଦେଲା? କିଏ ଦେଲା?
କିଏ ଦେଲା ତା ନାଁ କେଜାଣି
"ଘରଣୀ, ଘରଣୀ"
"ଘରଣୀ, ଘରଣୀ"
ସେବା ସିଏ କରିଚାଲେ, ସତେ କି ଦାସୀ ଯେମିତି
ଦାସୀ ଯେମିତି
ବୁଦ୍ଧିମତୀ ବୁଦ୍ଧି ଦିଏ, ଯେମିତି ଦିଅଇ ମନ୍ତ୍ରୀ
ସେବା ସିଏ କରିଚାଲେ, ସତେ କି ଦାସୀ ଯେମିତି
ଦାସୀ ଯେମିତି
ବୁଦ୍ଧିମତୀ ବୁଦ୍ଧି ଦିଏ, ଯେମିତି ଦିଅଇ ମନ୍ତ୍ରୀ
ଖୁଆଇଲା ବେଳେ, ମାଆ ହେଇଯାଏ
ଶୟନ କାଳରେ ରମ୍ଭା ସାଜେ ସିଏ
ଅସରନ୍ତି ପ୍ରେମ ତାର ନଈ ପରି ବହୁଥାଏ ଉଜାଣି
କିଏ ଦେଲା? କିଏ ଦେଲା?
କିଏ ଦେଲା? କିଏ ଦେଲା?
କିଏ ଦେଲା ତା ନାଁ କେଜାଣି
"ଘରଣୀ, ଘରଣୀ"
"ଘରଣୀ, ଘରଣୀ"
ପଥରକୁ ଫୁଲ ଭାବି କାନିରେ ଆଣେ ସାଉଁଟି
ଆଣେ ସାଉଁଟି
ଅକୁହା କଥାକୁ ତାର ପାରେନା କହି କୋଉଠି
ପଥରକୁ ଫୁଲ ଭାବି କାନିରେ ଆଣେ ସାଉଁଟି
ଆଣେ ସାଉଁଟି
ଅକୁହା କଥାକୁ ତାର ପାରେନା କହି କୋଉଠି
ଦୁଃଖ ବେଳେ ବେଳେ ତା ଦେହ ଗହଣା
ଭାଗ୍ୟ ବେଳେ ବେଳେ ତା ନିଜ ଠିକଣା
ଯା′ ବୋଲି କହିଦେଲେ ହସି ହସି ନେଇଯାଏ ମେଲାଣି
କିଏ ଦେଲା? କିଏ ଦେଲା?
କିଏ ଦେଲା? କିଏ ଦେଲା?
କିଏ ଦେଲା ତା ନାଁ କେଜାଣି
"ଘରଣୀ, ଘରଣୀ"
"ଘରଣୀ, ଘରଣୀ"
"ଘରଣୀ, ଘରଣୀ"
"ଘରଣୀ, ଘରଣୀ"



Writer(s): Arun Mantri, Malay Mishra



Attention! N'hésitez pas à laisser des commentaires.